Shamba Dashami

Shamba Dashami is celebrated on the tenth day of Pousa Shukla Pakhya. Shamba Dashami is a festival to worship lord Sun, the way Kumara Purnima is the festival to worship the lord Moon. Though in our Odia culture we celebrate several festivals (Odia saying: 13 festivals in 12 months) throughout the year, predominantly from Shraavana Amavasya Chitalagi to Pousa Shukla Pakhya Dashami most of the odia festivals are celebrated. By seeing the vast number of festivals during this time frame of the year, there is a saying in our Odia language "ଅଇଲା ଚିତୋଉ ନାନୀ/ ବାରଓଷା ପର୍ବ ସଙ୍ଗରେ ଘେନି, ଶମ୍ବର ଦଶମୀ ଅଲଣାଦାଉ/ ସବୁ ଓଷା ବାର ଏଇଠି ଥାଉ । “Sister Chitou came, bringing 12 festivals along with her, Shamba Dashami and all other festivals are here.”

ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ ।ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ପାଳିତ ହେଉଥିବା ପବପର୍ବାଣିରେ ଏଥିପାଇଁ ଗାଉଁଲୀ ଢଗ ରହିଛି ଯଥା-"ଅଇଲା ଚିତୋଉ ନାନୀ/ ବାରଓଷା ପର୍ବ ସଙ୍ଗରେ ଘେନି, ଶମ୍ବର ଦଶମୀ ଅଲଣାଦାଉ/ ସବୁ ଓଷା ବାର ଏଇଠି ଥାଉ ।"

Puja Rituals

ପୂଜା ବିଧି

Mothers usually celebrate this festival praying for the wellbeing of their children. The main highlight of this festival is, we need to perform puja 3 times with 3 different prasad (Each prasad consists of various types of Odia delicacies) throughout the day according to the position of the sun in the sky. The first prasad (bhoga in Odia) is offered in the sun rise. Hindu pious women perform the first ritual of the day in the early morning by giving the first prasad which consists of various sweets and fruits. During this time, they also recite Surya purana. In the noon, the 2nd prasad consists of Odia delicacies such as pitha, khechedi, kheeri etc are offered during the puja. The 3rd and the last prasad is offered during the sun set. This prasad includes various Odia foods such as enduri, kakara, maalpua,gaja etc.

ନାରୀମାନେ ନିଜ ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା କରି ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରନ୍ତି । ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ । ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ । ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତ ହୋଇ ଏହି ମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବାଢ଼ନ୍ତି । ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜାନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟପୁରାଣ ପାରାୟଣ କରିଥାନ୍ତି । ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ । ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ । ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ନିମିତ୍ତ । ଏହି ଧୂପରେ ମଧ୍ୟ ଏଣ୍ଡୁୁରି, କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ।

As per Puranas

ପୁରାଣ ଅନୁସାରେ

Shamba Purana is part of Surya Purana. In this sub purana, the importance of Shamba Dashami is explained. This purana is orated by Debarsi Naarad to Shamba who is the son of Lord Sri Krishna and Jambabati. The festival got its name Shamba Dashami or Shambar Dashami (in rural Odisha) from the name Shamba.

It is said that among all the sons of Lord Sri Krishna, Shamba was the most handsome. Shamba kidnapped Lakshyana, the daughter of Duryodhan. With the help of Balaram, Shamba got married to Lakshyana. One fine day Shamba was asked by Lord Sri Krishna, to guard the room and allow no one while Lord Sri Krishna was in the room with Satyabhama having an intimate conversation. During this time maharshi Durbasha came to meet Lord Sri Krishna and Shamba called Lord Sri Krishna out of fear. Lord Sri Krishna got agitated and cursed Shamba to be infected with leprosy. Lord Sri Krishna later repent his curse given to his son Shamba and asked maharsi Durbasha for a solution. Maharsi Durbasha suggested Shamba to visit Konark (The sun temple) and perform Surya puja. In Sanskrit Shamba purana the holy place Chandrabhaga is elaborated. Shamba reached holy Chandrabhaga along with debarshi Naarad. It was Pousya Shukla Pakhya 10th day or Dashami.

Shamba performed puja there. He did penance in the bank of river Chandrabhaga and got a diamond statue of lord Surya Narayan. Lord Surya is another avatar of lord Narayan.ଇଷ୍ଟ ମନ୍ତ୍ର ହେଉଛି- "ନମଃ ସବିତ୍ରେ ଜଗଦେକ ଚକ୍ଷୁଷେ ଜଗତ୍-ପ୍ରସୂତି-ସ୍ଥିତିନାଶ ହେତବେ/ ତ୍ରୈମୟାୟ ତ୍ରିଗୁଣାତ୍ମଧାରିଣେ ବିରଞ୍ଚି ନାରାୟଣ ଶଙ୍କରାତ୍ମନେ ନମଃ " Shamba was cured by the blessings of Lord Sun and got his beautiful body back. This day was Pousya Shukla Pakhya 7th day or Saptami. Then Shamba spread the message across Kalinga (now Odisha) regarding the Shamba Dashami and its rituals. He established Surya temple in 7 different places of India namely – Ullkark,Pundark,Marketoyark,Baloark,Konark,Chapark and Konark is in Kalinga(Odisha). Initially he built a temple in the bank of river Chandrabhaga and established a Surya idol on Pousa Shukla Pakhya Dashami and started the tradition of Surya puja. When Shamba informed Lord Surya regarding the worship, he said “There are no eligible priest in India to worship me, so bring priests from Shaka island and I would be very happy “. ଭବିଷ୍ୟ ପୁରାଣ: ନଯୋଗ୍ୟ ପରିଚର୍ଯ୍ୟାୟ ଜମ୍ବୁଦ୍ୱୀପେ ମମାନଘ । ମମ ପୂଜା ପରାନ୍ କୃତ୍ୱା ଶାକଦ୍ୱୀପୀଦମାୟ II

Shamba brought Brahmins / Graha Brahmins from Shaka island for the worship of lord Surya. From that era on Shamba Dashami we perform special puja for lord Sun.

Debarsi Naraada himself suffered from white leprosy because of a curse by lord Sun. Debarsi Naraada also recited 12 names of lord Sun which are – Aditya, Bhaskar, Prabhakar, Dibakar, Sahasranshu, Trilokalochana, Debedebesh, Chayaraman, Dinakara, Dwadashatmaka, Tribikram, Suryadeb and got cured from white leprosy. This is the reason this Dashami is called “Shamba Dashami”. Shamba created a sand idol of lord sun and prayed to him by offering flowers, diya, sandal wood etc. The same place is now called Konark.

Lord sun is being worshipped since the ancient age. It is written, there was a Sanskrit scholar named Mayur Bhatt, in the court of Samrat Harsha Vardhan. When he was diagnosed with leprosy, he wrote 100 prayers dedicating to Lord Sun and recite those daily and got cured from the disease. In the 11th chapter of Bhagwat, Shamba’s Louhamusala Dharana and Yadu Vansha is mentioned. Hence the name Shamba Dashami, Surya puja.

ଶାମ୍ବପୁରାଣ ହେଉଛି ସୂର୍ଯ୍ୟପୁରାଣର ଅନ୍ତର୍ଗତ । ଏହି ଉପପୁରାଣ ଶାମ୍ବପୁରାଣରେ ଶାମ୍ବଦଶମୀର ତାତ୍ପର୍ଯ୍ୟ ବର୍ଣ୍ଣିତ । ଏହି ଶାମ୍ବପୁରାଣ ଦେବର୍ଷି ନାରଦ ଶ୍ରୀକୃଷ୍ଣ ଜାମ୍ବବତୀ ପୁତ୍ର ଶାମ୍ବଙ୍କୁ ଶୁଣାଇଛନ୍ତି । ଶାମ୍ବ ନାମାନୁସାରେ ଏହି ଦଶମୀକୁ "ଶାମ୍ବ ଦଶମୀ", ଗାଁ ଗହଳରେ "ସମ୍ବର ଦଶମୀ" କୁହାଯାଏ । କଥିତ ଅଛି ଶ୍ରୀକୃଷ୍ଣଙ୍କ ସବୁ ପୁତ୍ର ମଧ୍ୟରେ ଜାମ୍ବବତୀ ଗର୍ଭଜାତ ଶାମ୍ବ ଅତ୍ୟନ୍ତ ସୁନ୍ଦର ଥିଲେ । ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷଣାଙ୍କୁ ଶାମ୍ବ ଅପହରଣ କରି ଆଣିଲେ । ବଳରାମଙ୍କ ସହାୟତାରେ ଶାମ୍ବ ବିବାହ କଲେ ଦୁର୍ଯ୍ୟୋଧନ ପୁତ୍ରୀ ଲକ୍ଷଣାଙ୍କୁ । ଅନ୍ତଃପୁର ମଧ୍ୟରେ ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହ ପ୍ରେମାଳାପରେ ମଗ୍ନଥିବା ବେଳେ ଦ୍ୱାର ଦେଶରେ ଶାମ୍ବଙ୍କୁ ଜଗାଇ ଆଦେଶ ଦେଇଥିଲେ- କାହାକୁ ଅନ୍ତଃପୁରକୁ ନ ଛାଡ଼ିବା ପାଇଁ । ଏ ସମୟରେ ମହର୍ଷି ଦୁର୍ବାସା ଦ୍ୱାରଦେଶରେ ଉପନୀତ ହେଇ ଶ୍ରୀକୃଷ୍ଣ ଦର୍ଶନ ଚାହିଁଲେ । ଶାମ୍ବ ଭୟଭୀତ ହୋଇ ଶ୍ରୀକୃଷ୍ଣଙ୍କୁ ଡାକି ଦେଲେ । ଶ୍ରୀକୃଷ୍ଣ ଶାମ୍ବଙ୍କୁ କୁଷ୍ଠ ରୋଗ ହେବା ନିମନ୍ତେ ଅଭିଶାପ ଦେଲେ । ଶ୍ରୀକୃଷ୍ଣ ପୁତ୍ରକୁ ଅଭିଶାପ ଦେଇ ଅନୁତପ୍ତ ହୋଇ ଦୁର୍ବାସାଙ୍କୁ ପୁତ୍ର ଶାମ୍ବର କୁଷ୍ଠ ମୁକ୍ତି ଉପାୟ ପଚାରିବାରୁ ଦୁର୍ବାସା ଅର୍କକ୍ଷେତ୍ର କୋଣାର୍କ କଥା କହି ଶାମ୍ବଙ୍କୁ ସେ କ୍ଷେତ୍ରରେ ସୂର୍ଯ୍ୟପୂଜା କରିବା ପାଇଁ ନିର୍ଦ୍ଦେଶ ଦେଲେ । ସଂସ୍କୃତ ଶାମ୍ବପୁରାଣରେ ଚନ୍ଦ୍ରଭାଗା ତୀର୍ଥ ମାହାତ୍ମ୍ୟ ବିଶଦ ବର୍ଣ୍ଣିତ । ଦେବର୍ଷି ନାରଦଙ୍କ ସହ ଶାମ୍ବ ପୁଣ୍ୟଧାମ ଚନ୍ଦ୍ରଭାଗା ତୀରରେ ପ୍ରବେଶ କଲେ । ସେହି ଦିନ ଥିଲା ପୌଷମାସ ଶୁକ୍ଳପକ୍ଷ ଦଶମୀ ତିଥି ।

ସେଠାରେ ସୂର୍ଯ୍ୟଙ୍କ ପୂଜାରାଧନା କଲେ । ସୂର୍ଯ୍ୟଙ୍କୁ ଚାହିଁ ଚାହିଁ ତପସ୍ୟା କଲେ । ଶାମ୍ବ ଚନ୍ଦ୍ରଭାଗା ନଦୀ କୂଳରେ ତପସ୍ୟା କରି ସୂର୍ଯ୍ୟନାରାୟଣ ବା ପ୍ରଭୁ ଆଦିତ୍ୟ ନାରାୟଣଙ୍କର ଏକ ମଣି ବିଗ୍ରହ ପାଇଥିଲେ । ସୂର୍ଯ୍ୟ ହିଁ ଭଗବାନ ନାରାୟଣଙ୍କ ସ୍ୱରୂପ । ଇଷ୍ଟ ମନ୍ତ୍ର ହେଉଛି- "ନମଃ ସବିତ୍ରେ ଜଗଦେକ ଚକ୍ଷୁଷେ ଜଗତ୍-ପ୍ରସୂତି-ସ୍ଥିତିନାଶ ହେତବେ/ ତ୍ରୈମୟାୟ ତ୍ରିଗୁଣାତ୍ମଧାରିଣେ ବିରଞ୍ଚି ନାରାୟଣ ଶଙ୍କରାତ୍ମନେ ନମଃ "। ତାଙ୍କରି ଆର୍ଶିବାଦ ବଳରେ ଶାମ୍ବ ଦୁରାରୋଗ୍ୟ ବ୍ୟାଧି ଦୂର ହୋଇ ସୁନ୍ଦର ଶରୀର ଲାଭ କରିଥିଲେ । ଏଇ ଦିନଟି ଥିଲା ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି I ଶାମ୍ବ କୁଷ୍ଠ ରୋଗରୁ ମୁକ୍ତିଲାଭ ପାଇ ସମଗ୍ର କଳିଙ୍ଗରେ ସୂର୍ଯ୍ୟପୂଜା ବିଧିର ପ୍ରଚାର କରାଇଲେ । ଭାରତର ସାତଟି ସ୍ଥାନ – ଉଳ୍ଳାର୍କ, ପୁଣ୍ଡାର୍କ, ମାର୍କେତୋୟାର୍କ, ବାଲୋର୍କ, କୋଣାର୍କ, ଚାପାର୍କ ଏବଂ କଳିଙ୍ଗର କୋଣାର୍କ ସ୍ଥାପନ କଲେ । ପ୍ରଥମେ ସେ ଚନ୍ଦ୍ରଭାଗା ନଦୀକୂଳରେ ଏକ ମନ୍ଦିର ତିଆରି କରାଇ ପୌଷ ଶୁକ୍ଳ ଦଶମୀ (ଶାମ୍ବଦଶମୀ) ତିଥିରେ ମର୍ତ୍ତ୍ୟଲୋକରେ ସୂର୍ଯ୍ୟ ମୂର୍ତ୍ତି ପୂଜାର ପ୍ରଥା ପ୍ରଚଳିତ କରାଇଥିଲେ । ପ୍ରଭୁ ଆଦିତ୍ୟ ନାରାୟଣଙ୍କୁ ଏହି ପୂଜା ସମ୍ପର୍କରେ ଶାମ୍ବ ଜଣାନ୍ତେ ପ୍ରଭୁ ସୂର୍ଯ୍ୟଦେବ କହିଲେ, “ମୋର ପୂଜା ପାଇଁ ଉପଯୁକ୍ତ ପୁରୋହିତ ଭାରତ ବର୍ଷରେ ନାହାନ୍ତି । ଏଣୁ ଶାକ ଦ୍ୱୀପରୁ ମଗ ବ୍ରାହ୍ମଣଙ୍କୁ ଅଣାଇ ଏହି ପୂଜା କଲେ ମୁଁ ସନ୍ତୋଷ ଲାଭ କରିବି I ଭବିଷ୍ୟ ପୁରାଣ: ନଯୋଗ୍ୟ ପରିଚର୍ଯ୍ୟାୟ ଜମ୍ବୁଦ୍ୱୀପେ ମମାନଘ । ମମ ପୂଜା ପରାନ୍ କୃତ୍ୱା ଶାକଦ୍ୱୀପୀଦମାୟ II

ତାହା ହିଁ ହେଲା । ଶାମ୍ବ ଶାକ ଦ୍ୱୀପରୁ ବ୍ରାହ୍ମଣ /ଗ୍ରହ ବ୍ରାହ୍ମଣମାନଙ୍କୁ ଅଣାଇ ଭାରତ ବର୍ଷରେ ସୂର୍ଯ୍ୟପୂଜାର ବ୍ୟବସ୍ଥା କରାଇଥିଲେ । ସେହିକାଳରୁ ଆମ ଦେଶରେ ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କର ବ୍ରତପାଳନ ଓ ପୂଜାର ପ୍ରଚଳନ ରହିଛି ।

ନିଜେ ଦେବର୍ଷି ନାରଦ ଭୁବନ ଭାସ୍କର ସୂର୍ଯ୍ୟଦେବଙ୍କ ଅଭିଶାପରେ ଧବଳ କୁଷ୍ଠ ବ୍ୟାଧିରେ ଗ୍ରସ୍ତ ହୋଇଥିବା କଥା ରହିଛି । ନାରଦ ମଧ୍ୟ ଏ କ୍ଷେତ୍ରରେ ସୂର୍ଯ୍ୟଙ୍କର ଦ୍ୱାଦଶ ନାମ ଯଥା- ଆଦିତ୍ୟ, ଭାସ୍କର, ପ୍ରଭାକର, ଦିବାକର, ସହସ୍ରାଂଶୁ, ତ୍ରିଲୋକ-ଲୋଚନ, ଦେବେଦେବେଶ, ଛାୟାରମଣ, ଦିନକର, ଦ୍ୱାଦଶାତ୍ମକ ତ୍ରିବିକ୍ରମ, ସୂର୍ଯ୍ୟଦେବ ଜପ କରି ସୂର୍ଯ୍ୟ ପୂଜାରାଧନା କରି ଧବଳ କୁଷ୍ଠ ମୁକ୍ତ ହୋଇଥିଲେ । ସେଥିପାଇଁ ଏ ଦଶମୀକୁ "ଶାମ୍ବ ଦଶମୀ" କୁହାଯାଏ । ଶାମ୍ବ ବାଲୁକାରେ ସୂର୍ଯ୍ୟ ମୂର୍ତ୍ତି ଗଠନ କଲେ । ବିବିଧ ପୁଷ୍ପ, ଧୂପ, ଦୀପ, ଚନ୍ଦନ ଇତ୍ୟାଦିରେ ଷୋଡ଼ଶୋପଚାର ପୂଜା କରିଥିଲେ । ସେହି ସ୍ଥାନ ହିଁ ଆଜିର କୋଣାର୍କ ।

ସୂର୍ଯ୍ୟପୂଜାର ଇତିହାସ ଅତ୍ୟନ୍ତ ପ୍ରାଚୀନ। ଉଲ୍ଲେଖ ଅଛି, ଦିଗ୍‌ବିଜୟୀ ସମ୍ରାଟ ହର୍ଷବର୍ଦ୍ଧନଙ୍କ ରାଜଦରବାରରେ ମୟୂରଭଟ୍ଟ ନାମକ ଜଣେ ଅଗାଧ ସଂସ୍କୃତ ଜ୍ଞାନସଂପନ୍ନ କବି ଥିଲେ । ସେ କୁଷ୍ଠରୋଗାକ୍ରାନ୍ତ ହୋଇ ଶହେ ଶ୍ଲୋକ ବିଶିଷ୍ଟ ସୂର୍ଯ୍ୟସ୍ତୁତି ରଚନା କରି ନିତ୍ୟ ପାରାୟଣ କରି ବ୍ୟାଧିମୁକ୍ତ ହୋଇଥିଲେ । ଭାଗବତ ଏକାଦଶ ସ୍କନ୍ଦରେ ଶାମ୍ବଙ୍କର ଲୌହମୂଷଳ ଧାରଣ ଓ ଯଦୁବଂଶ କଥା ରହିଛି । ତେଣୁ ତାଙ୍କ ନାମରେ ନାମିତ ଶାମ୍ବଦଶମୀ, ସୂର୍ଯ୍ୟପୂଜା ।


REFERENCES:Various Sources

IMAGE REFERENCES:The photos uploaded to the website are collected from various internet sources. ODISHA Tales doesn't own any photos.Thanks to Everyone who clicked these photos.

DISCLAIMER:Testimonials appearing on this site are actually received via text, audio, video submission and some are translated by volunteers. They are individual experiences, reflecting real life experiences of those who have used the website to bring the information for public view. However, there are individual and subgroup findings and that may vary. We are open to receive your input to improve our website. ODISHA Tales is humbled to host the contents. However, respective authors retain the copyright of their own articles. ODISHA Tales bears no responsibility regarding the copyright claims.
Previous Post Next Post

Contact Form