Nadi Tora Deithili Naa
Nadi Tora Deithili Naa… Alasa Kanya
Ache Sei Nadi Aji Ase Nahin Banya || 0 ||
To Kulare Rahuthila Gotie Kishori
Jahaku Mu Ajijaen Parini Pashori
Sie Kara Badhu Puni Sie Kara Maa || 1 ||
Prema Thila Padma Madhu Katha Thila Banshi
Bepathure Jharuthila Patra Rasi Rasi
Aji Mun Ta Thare Nahin Pai Tara Chhuan || 2 ||
Laja Thila Krushnachuda Mana Banahanshi
Chumbana Deuthila Nidaje Parashi
Aintha Se Otha Aji Mo Paen Nian || 3 ||
Mor Prema Kahaniku Sunuthile Loke
Mor Ninda Suni Suni Maja Nele Thoke
Aji Mora Luha Nie Tanka Baha Ba || 4 ||
ନଦୀ ତୋର ଦେଇଥିଲି ନାଆଁ
ନଦୀ ତୋର ଦେଇଥିଲି ନାଆଁ... ଅଳସ କନ୍ୟା
ଅଛି ସେଇ ନଦୀ ଆଜି ଆସେ ନାହିଁ ବନ୍ୟା || ୦ ||
ତୋ କୂଳରେ ରହୁଥିଲା ଗୋଟିଏ କିଶୋରୀ
ଯାହାକୁ ମୁଁ ଆଜିଯାଏ ପାରିନି ପାଶୋରି
ସିଏ କାର ବଧୂ ପୁଣି ସିଏ କାର ମାଆ || ୧ ||
ପ୍ରେମ ଥିଲା ପଦ୍ମ ମଧୁ କଥା ଥିଲା ବଂଶୀ
ବେପଥୁରେ ଝରୁଥିଲା ପତ୍ର ରାଶି ରାଶି
ଆଜି ମୁଁ ତ ଥରେ ନାହିଁ ପାଇ ତାର ଛୁଆଁ || ୨ ||
ଲାଜ ଥିଲା କୃଷ୍ଣଚୂଡ଼ା ମନ ବନହଂସୀ
ଚୁମ୍ବନ ଦେଉଥିଲା ନିଦଯେ ପରଶି
ଅଇଁଠା ଓଠ ଆଜି ମୋ' ପାଇଁ ନିଆଁ || ୩ ||
ମୋର ପ୍ରେମ କାହାଣୀକୁ ଶୁଣୁଥିଲେ ଲୋକେ
ମୋର ନିନ୍ଦା ଶୁଣି ଶୁଣି ମଜ୍ଜା ନେଲେ ଥୋକେ
ଆଜି ମୋର ଲୁହ ନିଏ ତାଙ୍କ ବାହା ବା || ୪ ||