Danda Jatra

Danda Jatra has been celebrated in the Ganjam district for the last thousand years. People who have asked something to God, give pain to their body and take part in this Jatra just to find God. The main attraction of this Jatra is Dandua. This Danda Jatra gives an identity to the district of Ganjam.

The beginning of Chaitra month experiences extreme heat from the sun. During this month, the district of Ganjam and its surrounding areas feels the vibration and sound of dhola, jhanja, kahali, and the hula huli of women. And in the same pace to the sounds is heard the chanting of kalarudramani bhaja he. The people chanting wear clothes of yellow or red color. Some people also roam from village to village. When they enter a village, they are welcomed in every house with a Purna kalasa. They also give them various things out of devotion. Out of all colored flags is visible only one flag that has a picture of Maa Kali on it.

Below the picture of Maa Kali is a picture of Lord Shiva. These people are worshipped in front of a specific person's house. When these people pass, common men lie down on the ground and ask for blessings. With all love and devotion, the danduas touch their bodies with peacock feathers. These people are called danduas or bhukta or dandanacha bratadhari. This Jatra continues from the Purnima of Phalguna month to Chaitra Sankranti and it is known as Danda Jatra.

To satisfy the Kaliya Rudra, these danduas undergo such painful ways. One cannot understand their pain until one is an eye witness of it. It is believed that these people can tolerate this pain only with the blessings of Maa Kali. They say that they cannot feel the pain. They do this just for the well-being of themselves and their family members. In the end, they do the Danda nacha.

The danduas prepare themselves physically and mentally a month before this event. They don't wear slippers, eat food without onion and garlic and behave gently. Some people become danduas because of their weakness whereas some become because it is a ritual.

DHULIDANDA:
Some dandas are of 18 days, some of 21 days whereas some of 13 days. The first danda of Danda nacha is Dhuli danda. It is a drama based on the farmers and farming. Mainly it shows the life of a farmer. They convey through the drama, the seed planting, giving pesticides, ploughing, the wives of the farmers going to the field to give them lunch, the funny conversations with the wife of the farmer, and harvesting the food grains.

PANI DANDA:
After the Dhuli danda comes the Paani danda. The dandas take bath, change their sacred threads and go to the houses of donors. After the Paani danda, in the evening, Liya Pana is served as Prasad and then there is the Sandhya Aarti.
At night, after there is complete silence, the danduas sit for dinner. Their dinner includes rice, unboiled moong daal to which is added brinjal and pumpkin. According to the rules, if there is the sound of a bird or a pebble or hair coming out of the rice, the dinner is discontinued. They have to finish food within 15-20 seconds.

AGNI DANDA:
Just at midnight begins the Agni Danda. With the sound of jhanja and kahali, there is a smell of jhuna. When they play with fire, the audience gets goosebumps. Then begins the Kalika dance. One of the danduas get kalisi. Then he starts the chadheiya- chadheiyani dance, Shiva Parvati dance, Hadi- Hadiani dance, and a lot more. In every dance, there is a description of Shiva-Shakti. At night, there is the arrangement of different dances and dramas. In this way, the Danda nacha is conducted for a month. This Danda nacha plays an important role in bringing equality between the upper caste and lower caste, touchable and untouchables.

ହଜାର ହଜାର ବର୍ଷ ଧରି ଗଞ୍ଜାମରେ ପାଳିତ ହୋଇ ଆସୁଛି ଦଣ୍ଡଯାତ୍ରା। ମାନସିକ ଧାରୀମାନେ ଶରୀରକୁ କଷ୍ଟ ଦେଇ ଇଶ୍ୱର ପ୍ରାପ୍ତି ପାଇଁ ଏହି ଯାତ୍ରାରେ ସାମିଲ ହୁଅନ୍ତି। ଏହି ଯାତ୍ରା ର ମୁଖ୍ୟ ଆକର୍ଷଣ ହେଉଛନ୍ତି ଦଣ୍ଡୁଆ। ଗଞ୍ଜାମ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ ଏହି ଦଣ୍ଡ ଯାତ୍ରା। 

ଚୈତ୍ର ମାସର କର୍ମ ବର୍ଦ୍ଧିଷ୍ଣୁ ଅସହ୍ୟ ରୌଦ୍ର ତାପର ଆରମ୍ଭରେ ଗଂଜାମ ଓ ଏହାର ଆଖ ପାଖ କେତେକ ଜିଲ୍ଲାରେ ଶୁଣିବାକୁ ମିଳେ ଢୋଲ,ଝାଞ୍ଜ,କାହାଳି ଓ ସ୍ତ୍ରୀ ଲୋକ ମାନଙ୍କ ହୁଲୁହୁଳି ଶବ୍ଦ। ଆଉ ସମବେଦ କଣ୍ଠରେ ଏହି ବାଦ୍ୟ ରୋଳ ମଧ୍ୟରେ ଶୁଣିବାକୁ ମିଳେ କଳାରୁଦ୍ରମଣିଙ୍କୁ ଭଜ ହେ। ହଳଦିଆ ନହେଲେ ନାଲି ବସ୍ତ୍ର ଖଣ୍ଡେ ଖଣ୍ଡେ ପିନ୍ଧିଥିବେ। ହାତରେ ବାନାବାଡ଼ି  ଧରି ଧାଡି ଧାଡି ହୋଇ ଗାଁ କୁ ଗାଁ ବୁଲୁଥିବେ କିଛି ଲୋକ। ଏମାନେ ଗାଁକୁ ପ୍ରବେଶ କଲା ବେଳକୁ ସବୁ ଘର ଆଗରେ ଥିବା ପୁର୍ଣ କଳସ। ବୋଉ ହସ୍ତରେ ଆବାଳବୃଦ୍ଧ ବନିତା ଢାଳୁଥିବେ ଭକ୍ତିର ଧୈର୍ଯ୍ୟ। କଳା,ନାଲି ବାନା ଗହଳିରୁ ଦୃଶ୍ୟ ହେଉଥିବ ଦେବୀଙ୍କ ଚିତ୍ର ଆଙ୍କିତ ପରଭା ଟିଏ (କାଳୀ ମାଁଙ୍କ)

ତଳକୁ ଥିବା ରୁଦ୍ର (ଶିବାକୃତି ଚିତ୍ର)। ଗାଁର କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କର ଘର ସମ୍ମୁଖରେ ଏମାନଙ୍କୁ ବନ୍ଦାପନା କରାଯାଏ। ଏମାନେ ଚାଲି ଯାଉଥିବା ବେଳେ ଶ୍ରଦ୍ଧାଳୁ ମାନେ ଭୂଇଁରେ ଲୋଟି ପଡି ଆଶିଷ ଭିକ୍ଷା କରୁଥିବେ.(ଗୁହାରିଆ ପଡ଼ୁଥିବେ)। ଶ୍ରଦ୍ଧା ଓ ଭକ୍ତିରେ ବିଭୋର ଏଇ ଲୋକ ମାନଙ୍କୁ ମୟୁର ପୁଛରେ ଆଉଁସି ଦେଇ ଆଗକୁ ବଢୁଥିବେ ଦଣ୍ଡୁଆମାନେ। ଏମାନେ ହେଲେ ଭୁକ୍ତା/ଦଣ୍ଡୁଆ/ଦଣ୍ଡନାଚ ବ୍ରତଧାରୀ। ଫାଲଗୁନ ମାସର ପୂର୍ଣ୍ଣମୀଠାରୁ ଚୈତ୍ର ସଂକ୍ରାନ୍ତି ବା ମେରୁ ସଂକ୍ରାନ୍ତି ଯାଏଁ ଚାଲିତହେ ଏହି ଯାତ୍ରା। ଯାହାର ନାଁ ଦଣ୍ଡ ଯାତ୍ରା। 

କାଳୀୟ ରୁଦ୍ରଙ୍କ ସନ୍ତୁଷ୍ଟ କରିବାକୁ ଦଣ୍ଡୁଆମାନେ ଏହି କଷ୍ଟର ପଥ ଧରିଥାନ୍ତି। ଏମାନଙ୍କ କଷ୍ଟ ଆଖିରେ ନ ଦେଖିଲେ ବିଶ୍ୱାସ କରି ହୁଏନି। ସେମାନେ କାଳୀ ମାଙ୍କ କୃପା ଯୋଗୁଁ ଏହି କଷ୍ଟ ସହି ପାରନ୍ତି। ମାଙ୍କ କୃପାରୁ ସେମାନଙ୍କୁ କଷ୍ଟ ଜଣା ପଡ଼େନି। ଲୋକ ନିଜର ଓ ନିଜ ପରିବାରର ମଙ୍ଗଳ ପାଇଁ ମାନସିକ ଯାଚନା କରନ୍ତି. ମାନସିକ ପୁର୍ଣ ହେଲେ କେହି କେହି ବାନା ପିଞ୍ଚି ମୁଠା ଦିଅନ୍ତି ଓ ସାଧ୍ୟମତେ ଦଣ୍ଡନାଚ କରନ୍ତି.

ଦଣ୍ଡୁଆମାନେ ଶାରୀରିକ ଓ ମାନସିକ ଭାବରେ ନିଜରୁ ମାସକୁ ଆଗରୁ ପ୍ରସ୍ତୁତ କରିଥାନ୍ତି। ପାଦରେ ଚପଲ ପିନ୍ଧନ୍ତି ନାହିଁ , ବିନା ପିଆଜ ରସୁଣ ଖାଦ୍ୟ ଖାଇ ମାସକ ଆଗରୁ ରୁହନ୍ତି. କିଛିଦିନ ପାଇଁ ସଂଯମ ଆଚରଣ କରି ରହନ୍ତି। କେହି କେହି ମାନସିକ କରି ତ ଆଉ କେହି ପରମ୍ପରା ରୂପେ ଦଣ୍ଡୁଆ ହୋଇଥାନ୍ତି। 

ଅବିଭକ୍ତ ଗଞ୍ଜାମ, ଫୁଲବାଣୀ,ବଲାଙ୍ଗୀର ଓ ଢେଙ୍କାନାଳ ର କେତେକ ଅଞ୍ଚଳରେ ଦଣ୍ଡନାଚ ଦେଖିବାକୁ ମିଳେ। ତେବେ ଗଞ୍ଜାମ ଜିଲ୍ଲାରେ ଏହା ବିଶେଷ ଭାବେ ଆଦୃତି ଲାଭ କରିଛି.ଗଞ୍ଜାମ ଜିଲ୍ଲାର ଗାଲେରୀ ଓ କୁଲାଗଡ଼ ଦଣ୍ଡ ସବୁଠାରୁ ବଡ ଦଣ୍ଡ ରୂପେ ପରିଗଣିତ। ଦଣ୍ଡୁଆ ମାନଙ୍କ ସଂଖ୍ୟା ବେଶୀ ଥାଏ ଏହି ଅଞ୍ଚଳରେ। ପ୍ରାୟ 1000 ରୁ 1500 ଦଣ୍ଡୁଆ ଥାନ୍ତି।

ଧୂଳିଦଣ୍ଡ:

କେଉଁ ଦଣ୍ଡ 18 ଦିନ , କେଉଁ ଦଣ୍ଡ 21 ଦିନ ଓ କେଉଁଟି 13 ଦିନ ଧରି ହୋଇଥାଏ। ଦଣ୍ଡନାଚର ପ୍ରଥମଟି ହେଉଛି ଧୂଳି ଦଣ୍ଡ। ଧୂଳି ଦଣ୍ଡ ହେଉଛି କୃଷି ଓ କୃଷକର କାର୍ଯ୍ୟଧାରା ଉପରେ ଏକ ନାଟକ। ମୁଖ୍ୟତଃ ଚାଷୀର ଜୀବନଚର୍ଯ୍ୟା ରହିଥାଏ ଏହି ଦଣ୍ଡରେ। ବିହନ ବୁଣିବା, ସାରିଦେବା, ହଳକରିବା, ବିଲକୁ ଚାଷିପତ୍ନୀ ଘୋଟଣା (ଖାଇବାକୁ ନେବା),ବିଲରେ ଚାଷୀ ପତ୍ନୀ ସହ ଚାଷୀର ହାସ୍ୟ ଆଳାପ, ଧାନ ରୋଇବା, ଧାନ କାଟିବା, ଧାନ ଅମଳ ଆଦି ପ୍ରତେକ ବିଷୟରେ ନାଟ୍ୟ ରୂପେ ପ୍ରକାଶ କରନ୍ତି ଦଣ୍ଡୁଆ ମାନେ।

ପାଣି ଦଣ୍ଡ :

ଧୂଳିଦଣ୍ଡ ପରେ ପାଣି ଦଣ୍ଡ ହୁଏ। ଦଣ୍ଡୁଆମାନେ ସ୍ନାନ କରି ନୂତନ ପଇତା ଧାରଣ କରି ଦାତାଙ୍କ ଘର ସମ୍ମୁଖକୁ ଯାଆନ୍ତି। ପାଣିଦଣ୍ଡ ପରେ ସନ୍ଧ୍ୟାରେ ଲିଆପଣା ପ୍ରସାଦ ସେବନ ଓ ତା ପରେ ସନ୍ଧ୍ୟା ଆଳତି ହୁଏ। ରାତିରେ ଚତୁର୍ଦିଗ ଶୂନଶାନ ହେଲା ପରେ ଦଣ୍ଡୁଆ ମାନେ ଏକାଠି ଭୋଜନ କରନ୍ତି। ଭୋଜନ କହିଲେ ଭାତ, ଅଫୁଟା ମୁଗଡାଲି, ସେଥିରେ ବାଇଗଣ, କଖାରୁ ଆଦି ପାରିବା ପଡିଥାଏ। ନିୟମ ଅନୁସାରେ ଯଦି ଖାଇବା ସମୟରେ କାଉ,କୋଇଲିର ଶବ୍ଦ ଶୁଭେ କିମ୍ବା ଭାତରୁ ଧାନ,ଗୋଡି କିମ୍ବା ଛୁଟି ବାହାରେ ତେବେ ଖାଇବା ବନ୍ଦ କରାଯାଏ। ମାତ୍ର 15-20 ସେକେଣ୍ଡ ମଧ୍ୟରେ ଭୋଜନ ଶେଷ କରିବାକୁ ପଡେ।

ଅଗ୍ନି ଦଣ୍ଡ :

ନିଶାର୍ଦ୍ଧରେ ଆରମ୍ଭ ହୁଏ ଅଗ୍ନିଦଣ୍ଡ। ଝାଞ୍ଜ, କାହାଳୀର ଶବ୍ଦ ସାଙ୍ଗକୁ ତାଳ ସହ ତାଳ ଦେଇ ଝୁଣାମାଡ଼ କରାଯାଏ। ନିଆଁକୁ ଖେଳି ଖେଳି ଦାଣ୍ଡରେ ଆସିବାବେଳେ ଦେଖେଣାହାରୀଙ୍କ ଦେହ ଶୀତେଇ ଉଠେ। ତା ପରେ ଆରମ୍ଭରେ କାଳୀକା ନାଚ। ପରଭା ଧରି କାଳୀକା ନାଚ କରୁଥିବା ଦଣ୍ଡୁଆଙ୍କୁ କାଳିସୀ ଲାଗେ। ସେ ପିଞ୍ଚି ମୁଠାରେ ସମସ୍ତଙ୍କୁ ଝାଡ଼ି ଦେଇଥାନ୍ତି। ଏଇଠୁ ଆରମ୍ଭ ହୁଏ ଚଢ଼େୟା-ଚଢ଼େୟାଣୀ ନାଚ, ଶିବ-ପାର୍ବତୀ ନାଚ,ହାଡ଼ି-ହାଡ଼ିଆଣୀ ନାଚ ଓ ଅନେକ କିଛି। ସବୁ ନାଚରେ ଶିବଶକ୍ତିଙ୍କ କରୁଣା ଗାଥା ବର୍ଣନା କରାଯାଇଥାଏ। ରାତ୍ରିରେ ବିଭିନ ନାଚ ଓ ନାଟକର ଆୟୋଜନ ହୋଇଥାଏ। ଏହିପରି ଭାବେ ଏକ ମାସ ଧରି ଦଣ୍ଡ ନାଚ ଚାଲିଥାଏ। ସମାଜରେ ଉଚ୍ଚନୀଚ୍ଚ, ଧନୀ-ଗରିବ, ଛୁଆଁ-ଅଛୁଆଁ ମଧ୍ୟରେ ସମନ୍ୱୟ ଆଣିବାରେ ମୁଖ୍ୟ ଭୂମିକା ନିଏ ଦଣ୍ଡ ନାଚ।


REFERENCES:Various Sources

IMAGE REFERENCES:The photos uploaded to the website are collected from various internet sources. ODISHA Tales doesn't own any photos.Thanks to Everyone who clicked these photos.

DISCLAIMER:Testimonials appearing on this site are actually received via text, audio, video submission and some are translated by volunteers. They are individual experiences, reflecting real life experiences of those who have used the website to bring the information for public view. However, there are individual and subgroup findings and that may vary. We are open to receive your input to improve our website. ODISHA Tales is humbled to host the contents. However, respective authors retain the copyright of their own articles. ODISHA Tales bears no responsibility regarding the copyright claims.
Previous Post Next Post

Contact Form