Atharanala

According to some legends, the Atharanala was constructed on the river Mangala during the reign of king Matsya Kesari of the Kesari dynasty (975AD- 995AD).

Some people also say that the Atharanala was reconstructed during the king of the Ganga dynasty, Bhanudeva I (1264AD- 1279AD). The construction work continued till the rule of Narasimha Deva II (1278- 1308). It was constructed so that the water from the Saradha River could be extracted. Since the available number of drains was not enough, one more drain was included and its width was increased to 290 ft.

Taking into consideration the security of Puri, Gajapati Maharaja allotted caretakers for every ghat (Atharanala ghat, Mangala ghat, Harini ghat, Lokanath ghat, Hulahuli ghat, Bali ghat). They were called pratihari sevaks and were responsible for 24 hours security. They distributed the duties among themselves. Earlier the ghat pratiharis were also allotted to do their duty at that Atharanala to take care of the security of Puri.

When tourists visit Puri, the entry point was Atharanala. Therefore, there was a security camp at the beginning of the bridge. Just in front of the security camp, there was a huge gate. The gate remained closed most of the time. Whenever any tourist visited, their registration was done mentioning the identity of the tourist and their purpose of visit. Only then permission was given to enter inside.

Earlier there was not much traffic. So, opening and closing the gate was not an issue. The gate remained closed most of the time. However, when there was some festival, the gate opened and all at once, devotees, thousands in number and extremely excited used to enter which led to severe injuries and even deaths. With time, the traffic, the number of devotees increased and the end of the rule of kings ultimately led to the removal of the gate.

If one moves towards the north, one has to cross the entire 290ft. Atharanala. A sum of two nines makes eighteen. The first nine canals are at a height. The second nine canals are low. But both the nine sets of canals meet forming the shape of a bow. There are nine devotions of God. Out of the nine devotions, the ninth devotion is divided into two parts and is represented in the form of Atharanala.

Crossing the Atharanala is a test for the devotees. It measures the truth in the devotion of every tourist who visits Puri.

This historical place takes a special position in every Odia's life and thoughts. Every Odia, when he visits Puri, does not fail to grab the opportunity of visiting the Atharanala. The goddess of Atharanala ghat is Devi Alaamchandi. The temple is located just between atharanaala and kumbharapada. The devotees also stop to worship the goddess. During the time of Daaru-agamana, the sevaks take a rest in this temple and drink water from the pond in the temple yard. This goddess is the pathfinder of daaru agamana and Her glory is inexplicable.

କିଛି ଲୋକ କଥା ଅନୁସାରେ କେଶରୀ ବଂଶ ର ରାଜା ମତ୍ସ୍ୟ କେଶରୀ (ଖ୍ରୀ.ଅ.୯୭୫ - ଖ୍ରୀ.ଅ.୯୯୫) ମଧ୍ୟରେ ମଙ୍ଗଳା ନଈ ଉପରେ ଏହାର ନିର୍ମାଣ କରାଇଥିଲେ।

ଆଉ କିଛି ଲୋକ କଥା ଅନୁସାରେ ଗଙ୍ଗବଂଶର ରାଜା ପ୍ରଥମ ଭାନୁଦେବ (୧୨୬୪ ଖ୍ରୀ.ଅ. ରୁ ୧୨୭୯ ଖ୍ରୀ.ଅ.) ଙ୍କ ଶାସନ ସମୟରେ ପୂର୍ବରୁ ତିଆରି ହେଇଥିବା ଅଠରନଳାର ମୂଳଦୁଆ ଉପରେ ପୁନଃନିର୍ମାଣ କାମ କରାଇଥିଲେ, ଏବଂ ଏହି ନିର୍ମାଣ କାର୍ଯ୍ୟ ଦ୍ୱିତୀୟ ନରସିଂହ ଦେବଙ୍କ ଶାସନ କାଳ (୧୨୭୮-୧୩୦୮) ଖ୍ରୀ.ଅ. ରେ ସମାପ୍ତ ହୋଇଥିଲା। ଶରଧାନଈ ଅବବାହିକାର ନିର୍ଗତ ଜଳରାଶିର ନିଷ୍କାସନ ପାଇଁ ଯଥେଷ୍ଟ ନଳାର ଅଭାବକୁ ନେଇ ଆଉ ଅଧିକ ଗୋଟିଏ ନଳାର ସଂଯୋଗ କରାଯାଇ ଏହାର ଦୈର୍ଘ୍ୟ ୨୯୦ ଫୁଟକୁ ବୃଦ୍ଧି କରାଯାଇଥିବାର କୁହାଯାଏ।

ପୁରୀର ସୁରକ୍ଷାର ଦୃଷ୍ଟିକୁ ଧ୍ୟାନ ଦେଇ, ଗଜପତି ମହାରାଜା ପୁରୀରେ ଥିବା ସମସ୍ତ ଘାଟ (ଅଠରନଳା ଘାଟ, ମଙ୍ଗଳା ଘାଟ, ହରିଣୀ ଘାଟ,ଲୋକନାଥ ଘାଟ,ହୁଳହୁଳି ଘାଟ, ବାଲି ଘାଟ) ସବୁଠି ସେବକମାନଙ୍କୁ ନିୟୋଜିତ କରିଥିଲେ, ସେମାନଙ୍କୁ ପ୍ରତିହାରୀ ସେବକ ବୋଲି କୁହାଯାଉଥିଲା, ସେମାନେ ନିଜ ନିଜ ଭିତରେ ପାଳି କରି ସମ୍ପୂର୍ଣ ଭାବରେ ଚବିଶ ଘଣ୍ଟା ପ୍ରହରା ଦଉଥିଲେ, ଅଠରନଳାରେ ମଧ୍ୟ ଘାଟ ପ୍ରତିହାରୀଙ୍କୁ ପୂର୍ବ ସମୟରେ ପୁରୀର ସୁରକ୍ଷ୍ୟା ପାଇଁ ନିଯୁକ୍ତି ଦିଆଯାଉଥିଲା।

ପର୍ଯ୍ୟଟକମାନେ ଯେତେବେଳେ ପୁରୀ ସହରକୁ ପ୍ରବେଶ କରନ୍ତି, ସେହି ଅଠରନଳା ଘାଟ ଦେଇ ଯେହେତୁ ଯିବାକୁ ହୋଇଥାଏ, ସେଥିପାଇଁ ସେଇ ପୋଲର ଆରମ୍ଭ ସ୍ଥାନରେ ଏକ ଘାଟଘର ଥିଲା। ଘାଟଘର ସାମ୍ନାରେ ଦୁଆର ସ୍ଥାନରେ ଗୋଟିଏ ବଡ କବାଟ ଲାଗିଥିଲା, ଏହି ବଡ ଦୁଆର ର କବାଟ ଟି ସବୁ ସମୟରେ ବନ୍ଦ ରହୁଥିଲା, ଯେତେବେଳେ ପର୍ଯ୍ୟଟକମାନେ ଆସିଥାନ୍ତି ସେତେବେଳେ ଆସିବାର କାରଣ ଓ ଲୋକଟିର ପରିଚୟକୁ ଲିପିବଦ୍ଧ କରିବା ପରେ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଥିଲା।

ଆଗ ସମୟରେ ଯାନବାହାନ ଏତେ ପ୍ରଚଳନ ନଥିବାରୁ ଦୁଆରକୁ ବାରମ୍ବାର ଖୋଲା, ବନ୍ଦ କରିବାରେ କୌଣସି ପ୍ରକାର ଅସୁବିଧା ହେଉନଥିଲା, ଦୀର୍ଘ୍ୟଦିନ ଧରି ଏହି କବାଟ ବନ୍ଦ ରହୁଥିଲା, ମାତ୍ର ପର୍ବପର୍ବାଣି ସମୟରେ ଯେତେବେଳେ ଏହାକୁ ଖୋଲି ଦିଆଯାଉଥିଲା ସେତେବେଳେ ହଜାର ହଜାର ସଂଖ୍ୟାର ଲୋକ ଏକାଥରକେ ଅତି ଉତ୍ସାହର ସହ ପ୍ରବେଶ କରିବା ସମୟରେ ଅନେକ ମୃତାହତ ମଧ୍ୟ ହେଉଥିଲେ। ପରବର୍ତୀ ସମୟରେ ଯାନବାହାନ ବଢିବା ଓ ଅନିୟନ୍ତ୍ରିତ ଭକ୍ତଙ୍କ ସଂଖ୍ୟାକୁ ନେଇ ଓ ରାଜା ମାନଙ୍କ ଶାସନର ଅବସାନ ଘଟିବ ପରେ ଏ ଦୁଆର ବ୍ୟବସ୍ଥାକୁ ହଟାଇ ଦିଆଯାଇଥିଲା।

ଯେତେବେଳେ ଆମେ ଉତ୍ତରକୁ ମୁଁହ କରି ଯିବା, ଅଠରନଳାର ସମୁଦାୟ ଦେର୍ଘ୍ୟ (୨୯୦ ଫୁଟ) କୁ ପାର କରିବା ପାଇଁ ହୁଏ ଓ ଦୁଇଟି ନଅ ମିଶିଲେ ଅଠରର ସୃଷ୍ଟି , ଆଉ ଠିକ ପ୍ରଥମ ନଅ ଯାଏ ଉଚାହୋଇ, ଦ୍ୱିତୀୟ ନଅ ଟିକେ ଟିକେ ତଳସ୍ତରକୁ ଆସି ଠିକ ଧନୁରାକୃତି ପୃଷ୍ଠଭୂମିକୁ ଦର୍ଶାଇଥାଏ। ନବଦା ଭକ୍ତି ଦୁଇ ଭାଗରେ ବିଭକ୍ତ ହୋଇ ଅଠରନଳା ରୂପରେ ବିରାଜମାନ ହୋଇଅଛି।

ଭକ୍ତଟିଏ ଭକ୍ତିକୁ ନେଇକି ଆସିଥାଏ ତା ଭକ୍ତିରେ କେତେ ଶକ୍ତି ଅଛି, ତା ଭକ୍ତି ବିଭକ୍ତି ହୋଇଛି କି ନାଇଁ, ଅଠରନଳା ତ ବାସ ଗୋଟିଏ ପରୀକ୍ଷା ନେଇଥାଏ।

ପ୍ରତିଟି ଉତ୍କଳ ଲୋକଙ୍କ ପ୍ରାଣ ଓ ଭାବନାରେ ଏହି ଐତିହ୍ୟ ସ୍ଥଳ ଏମିତି ଛାପି ହୋଇ ରହିଛି ଯେ, ଲୋକମାନେ ଏ ରାସ୍ତାଦେଇ ଗଲାବେଳେ କେବେ ଅଠରନଳା ଦର୍ଶନର ସୌଭାଗ୍ୟକୁ ହାତଛଡା କରିନଥାନ୍ତି, ଅଠରନଳା ଘାଟର ଦେବୀ ମା ଅଲାମଚଣ୍ଡୀଙ୍କୁ ମଧ୍ୟ ଦର୍ଶନ କରିଥାନ୍ତି, ଚଣ୍ଡୀ ମାଙ୍କ ମନ୍ଦିର ଅଠରନଳା ଓ କୁମ୍ଭାରପଡ଼ାର ମଝି ସ୍ଥାନରେ ଅବସ୍ଥିତ, ଦାରୁ ଆଗମନ ସମୟରେ ସେବକମାନେ ଏହିଠାରେ ହିଁ ବସି ବିଶ୍ରାମ ନେଇଥାନ୍ତି ଓ ମାଙ୍କର ପରିବେଶରେ ଥିବା ପଥର ପୋଖରୀର ଜଳକୁ ବ୍ୟବହାର କରିଥାନ୍ତି, ଏହି ଅଲାମଚଣ୍ଡୀ ମା ହେଉଛନ୍ତି ଦାରୁ ଆଗମନର ପଥ ପ୍ରଦର୍ଶିକା ଓ ମାଙ୍କ ମହିମା ମଧ୍ୟ ଅବର୍ଣ୍ଣନୀୟ।


REFERENCES:Various Sources

IMAGE REFERENCES:The photos uploaded to the website are collected from various internet sources. ODISHA Tales doesn't own any photos.Thanks to Everyone who clicked these photos.

DISCLAIMER:Testimonials appearing on this site are actually received via text, audio, video submission and some are translated by volunteers. They are individual experiences, reflecting real life experiences of those who have used the website to bring the information for public view. However, there are individual and subgroup findings and that may vary. We are open to receive your input to improve our website. ODISHA Tales is humbled to host the contents. However, respective authors retain the copyright of their own articles. ODISHA Tales bears no responsibility regarding the copyright claims.
Previous Post Next Post

Contact Form